ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ: ଆଜିଠୁ ଅବଢା ପାଇବେ ଭକ୍ତ
ପୁରୀ: ଶ୍ରୀକ୍ଷେତ୍ରରେ ସରିଛି ରଥଯାତ୍ରା । ଭାଇ ଭଉଣୀଙ୍କ ସହ ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଶ୍ରୀଜୀଉମାନେ ନୀଳକନ୍ଦରରେ ବିରାଜମାନ କରିଛନ୍ତି । ରତ୍ନସିଂହାସନରେ ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଏହାସହ ଆଜିଠୁ ଅବଢ଼ା ଭକ୍ତମାନେ ପାଇଛନ୍ତି । ନୀତି ସରିବା ପରେ ରତ୍ନସିଂହାସନ ଉପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ସମ୍ପାଦନ କରାଯାଇଛି ।