ଶିମିଳିପାଳରେ ପୁଣି ହାତୀ ଦାନ୍ତ ଜବତ

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ଶିକାରୀଙ୍କ ପାଦ୍ରୂଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ବନ କର୍ମଚାରୀ ଶିମିଳିପାଳରେ ପାଟ୍ରୋଲିଂ ବନ୍ଦ କରି ଦେଇଥିବା ବେଳେ ତାହା ଶିକାରୀଙ୍କୁ ଖୁବ୍‌ ସୁହାଉଛି। ଶିମିଳିପାଳ ପାଦଦେଶରେ ଥିବା ଯଶିପୁରର ଜାମୁକେଶ୍ୱର ଗାଁରୁ ଆଜି ୪ଟି ହାତୀ ଦାନ୍ତ ଜବତ ହୋଇଛି। ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ହାତୀଦାନ୍ତ ଚୋରାଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଆଜି ଭୋରରୁ ଏହି ଚଢ଼ାଉ ହୋଇଥିଲା। ଉତ୍ତର ଶିମିଳିପାଳ ଡେପୁଟି ଡାଇରେକ୍ଟର ଦକ୍ଷିଣ ଡିଭିଜନଙ୍କ ନେତୃତ୍ୱରେ ଶିମିଲିପାଲ ଦକ୍ଷିଣ, ସିମିଲିପାଲ ଉତ୍ତର ଏବଂ ରାଇରଙ୍ଗପୁର ଡିଭିଜନର ACF, ରେଞ୍ଜ ଅଫିସର ଓ ବନ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ ହୋଇଥିଲା।