ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ବର୍ଷା ଆରମ୍ଭ ହୋଇଛି । ଏହାରି ଭିତରେ ଚିନ୍ତା ବଢାଇଛି ଡେଙ୍ଗୁ ମଶା । ପରିଷ୍କାର ପାଣି ଓ ଶୁଖିଲା ସ୍ଥାନରେ ବଂଶ ବୃଦ୍ଧି କରୁଥିବା ଏଡିସ ମଶା ଯୋଗୁଁ ରାଜ୍ୟରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୯ ତାରିଖ ସଂଧ୍ୟା ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ମୋଟ୍ ୧୦ ହଜାର ୭୮୧ଟି ନମୁନା ପରୀକ୍ଷା ହୋଇଛି । ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଗୁଡିକ ତୁଳନାରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୯୩ ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ଏଥିମଧ୍ୟରୁ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୩୬ ଜଣ । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସବୁ ଜିଲ୍ଲାକୁ ଏସଓପି ଜାରି ହୋଇଛି ।