ଜିଏସଟି ସଂଗ୍ରହରେ ଓଡ଼ିଶାର ରେକର୍ଡ

ଭୁବନେଶ୍ୱର: ଜିଏସଟି ଆଦାୟରେ ରାଜ୍ୟ ସରକାରଙ୍କ ରେକର୍ଡ । ଚଳିତ ବର୍ଷ ଜୁନରେ କିନ୍ତୁ ରାଜ୍ୟ ସରକାର ରେକର୍ଡ ୧୭୩୨ କୋଟି ୪୯ ଲକ୍ଷ ଟଙ୍କାର ଜିଏସଟି ଆଦାୟ ଓ ଆଇଜିଏସଟି ସେଟଲମେଣ୍ଟ କରିଛନ୍ତି ।ଜୁନ ମାସରେ ୨୫.୧୩ ପ୍ରତିଶତ ଅଧିକ ଜିଏସଟି ଆଦାୟ ସହ ଆଇଜିଏସଟି ସେଟଲମେଣ୍ଟ କରାଯାଇଛି । ଗତବର୍ଷ ଜୁନ ମାସରେ ରାଜ୍ୟ ସରକାର ୧୩୮୪ କୋଟି ୫୯ ଲକ୍ଷ ଟଙ୍କାର ଜିଏସଟି ଆଦାୟ ସହ ଆଇଜିଏସଟି ସେଟଲମେଣ୍ଟ କରିଥିଲେ ।