ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲା ଆପ୍
ନୂଆଦିଲ୍ଲୀ : ଦିଲ୍ଲୀର ଆପ୍ ସରକାର ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ଅବସ୍ଥାରେ । କେନ୍ଦ୍ର ସରକାରଙ୍କ ନିଯୁକ୍ତି-ବଦଳି ସଂକ୍ରାନ୍ତ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଆପ ଏବେ ସୁପ୍ରିମକୋର୍ଟ ଯାଇଛି । ଦିଲ୍ଲୀ ଅଧ୍ୟାଦେଶକୁ ଆପ୍ ଅସାମ୍ବିଧାନିକ ଏବଂ ଏକଚାଟିଆ ବୋଲି କହିଛି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ସରକାର ଉକ୍ତ ଅଧ୍ୟାଦେଶକୁ ତୁରନ୍ତ ରଦ୍ଦ କରିବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହି ଅଧ୍ୟାଦେଶ ନିର୍ବାଚିତ ସରକାରକୁ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣରୁ ଅଲଗା କରୁଛି ବୋଲି ଅଭିଯୋଗ ହୋଇଛି। ଅଧ୍ୟାଦେଶକୁ ଆପ୍ ସରକାର ଅସାମ୍ବିଧାନିକ କହିଛି। ଦିଲ୍ଳୀ ସରକାର ଦାବି କରିଛନ୍ତି ଯେ ବ୍ୟବସ୍ଥା ଅନୁଯାୟୀ ଉପରାଜ୍ୟପାଳ ମନ୍ତ୍ରିମଣ୍ଡଳର ପରାମର୍ଶକ୍ରମେ କାମ କରିବାପାଇଁ ବାଧ୍ୟ। ଏହି ଅଧ୍ୟାଦେଶ ମଧ୍ୟ ଏକ ସମ୍ବିଧାନ ପୀଠ ରାୟକୁ ଅମାନ୍ୟ କରିଛି ବୋଲି ଆପ୍ କହିଛି। ଉଲ୍ଲେଖଯୋଗ୍ୟ, ମେ’ ୧୯ ତାରିଖରେ କେନ୍ଦ୍ର ସରକାର ଦିଲ୍ଲୀରେ ନିର୍ବାଚିତ ସରକାରର କ୍ଷମତାକୁ ସଙ୍କୁଚିତ କରିବାପାଇଁ ଏକ ଅଧ୍ୟାଦେଶ ଆଣିଥିଲେ ।