ଅଯୋଧ୍ୟା ଦୀପୋତ୍ସବରେ ଏଥର ୨୧ ଲକ୍ଷ ଦୀପ ଜଳାଯିବ

ନୂଆଦିଲ୍ଲୀ:ଅଯୋଧ୍ୟା ଦୀପୋତ୍ସବରେ ଏଥର ୨୧ ଲକ୍ଷ ଦୀପ ଜଳାଯିବ । ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୋଦି ସରକାରଙ୍କ ୯ ବର୍ଷ ପୂରଣ ହେବା ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ମହା-ଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ଆୟୋଜିତ ‘ଜନସଭା’କୁ ସମ୍ବୋଧିତ କରି ଏକଥା କହିଛନ୍ତି । ଅଯୋଧ୍ୟା ଦୀପୋତ୍ସବରେ ଏଥର ୨୧ ଲକ୍ଷ ଦୀପ ଜଳାଯିବ । ଦୀପୋତ୍ସବ ଏଥର ମେଗା ଇଭେଣ୍ଟ ହେବ  । ଅଯୋଧ୍ୟା ହେଉଛି ଏପରି ସହର ଯାହା ତ୍ରେତୟା ଯୁଗକୁ ମନେ ପକାଇଥାଏ ।