Uncategorized ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ On Jun 5, 2023 ବାରାଣସୀ: ମୁଖତାର ଅନସାରୀକୁ ବାରାଣସୀ କୋର୍ଟ ୩୨ ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅବଧେଶ ରାଇ ହତ୍ୟାକାଣ୍ଡ ମାମଲାରେ ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ପାଖପାଖି ୩୨ ବର୍ଷ ପରେ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ବାରାଣସୀର ଏମପି, ଏମଏଲଏ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୧୯୯୧ ଅଗଷ୍ଟ ୩ ତାରିଖରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅଜୟ ରାଇଙ୍କ ଭାଇ ଅବଧେଶ ରାୟଙ୍କୁ ଚେତଗଞ୍ଜରେ ଗୁଳି କରି ହତ୍ୟା କରାଯାଇଥିଲା । ଭାଇ ଅଜୟଙ୍କ ସହ ବାସଭବନ ଆଗରେ ଅବଧେଶ ଛିଡା ହୋଇଥିବା ବେଳେ କିଛି ଦୁବୃର୍ତ୍ତ ଅଚାନକ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । Share