ବାହାନଗା ଟ୍ରେନ୍ ଦୁର୍ଘଟଣା ଉଦ୍ଧାରକାର୍ଯ୍ୟ ଆହୁରି ସମୟ ଲାଗିବ
ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ସାରା ଦେଶକୁ ଦୋହଲାଇଦେଇଛି । ଦୁର୍ଘଟଣାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ଲୋକ ଫସିରହିଥିବା ଆଶଂକା କରାଯାଉଛି । ତେବେ ଉଦ୍ଧାରକାର୍ଯ୍ୟ ଆହୁରି ୩ଘଣ୍ଟା ସମୟ ଲାଗିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।୨ଟି ବଗି ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି ବୋଲି ମୁଖ୍ୟ ସଚିବ କହିଛନ୍ତି । କେତେ ଆହତଙ୍କୁ ଉଦ୍ଧର କରାଗଲାଣି? କେତେ ମୃତଦେହ ଉଦ୍ଧାର ହେଲାଣି, ସେନେଇ ମଧ୍ୟ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ । ମୁଖ୍ୟ ସଚିବ କହିଛନ୍ତି ଆହତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ, ୨୩୮ ପରେ ମଧ୍ୟ ଆହୁରି ମୃତଦେହ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ହସ୍ତଗତ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
