Uncategorized ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ଯୁକ୍ତ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର Last updated Jun 2, 2023 ଛତ୍ରପୁର: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମ ନିକଟ ସମୁଦ୍ରରେ ଗାଧୋଇବା ବେଳେ ସକାଳ ୬ଟାରେ ବୁଡ଼ିଯିବା ଘଟଣାରେ ନିଖୋଜ ଛାତ୍ରୀଙ୍କ ମୃତଦେହ ସନ୍ଧ୍ୟାରେ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ପ୍ରଜ୍ଞାରାଣୀ ତ୍ରିପାଠୀ। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ପ୍ରଜ୍ଞାରାଣୀ (ଗୁଡିଲି)ଙ୍କ ମୃତଦେହକୁ ଓଡ୍ରାଫ ବାହିନୀ ଘଟଣାସ୍ଥଳ ନିକଟରୁ ଉଦ୍ଧାର କରିଛି। ପ୍ରଜ୍ଞାରାଣୀ ତ୍ରିପାଠୀ ଗଂଜାମ ଜିଲ୍ଲା ଶେରଗଡ଼ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ବୀତୟୀ ବର୍ଷର କଳା ଛାତ୍ରୀ ଥିଲେ। ସେ ଚଳିତ ବର୍ଷ ବାର୍ଷିକ ପରୀକ୍ଷା ଦେଇଥିଲେ। ଆଜି ସକାଳୁ ଅନ୍ୟ ୫ ଜଣ ଛାତ୍ରଛାତ୍ରୀଙ୍କ ସହିତ ଗାଧୋଇବାକୁ ଆସିଥିଲେ। ଗାଧୋଇବା ସମୟରେ ସମସ୍ତେ ବୁଡ଼ିଯାଇଥିଲେ। କିଛି ସମୟରେ ସେମାନଙ୍କ ମଧ୍ୟରୁ ଚାନ୍ଦିନୀ ପଣ୍ଡିତ, ସୋନାଲି ପଣ୍ଡିତ, ଶ୍ବେତାରାଣୀ ଦାସ ଓ ଶୁଭମ ତ୍ରିପାଠୀଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ କନିଷିର ସ୍ୱପ୍ନାରାଣୀ ପଣ୍ଡିତଙ୍କ ମୃତଦେହ ଉଦ୍ଧାର ହୋଇଥିଲା। Share