ଜୋରସୋରରେ ଆଗେଇ ଚାଲିଛି ରଥ କାମ

ଚଳଚଞ୍ଚଳ ହୋଇପଡିଛି ରଥଖଳା । ଜୋରସୋରରେ ଆଗେଇ ଚାଲିଛି ରଥ କାମ । ଆଜି ତିନି ରଥର ୪ ନାହାକା ଉଠିଛି । ସ୍ନାନପୁର୍ଣ୍ଣିମା ପୂର୍ବରୁ ଏହି ୪ ନାହାକା ଉଠାଯାଇଛି । ଯଥାରୀତି ଅନୁସାରେ ଭୋଇ ସେବାୟତଙ୍କ ଦ୍ୱାରା ଏହି ନାହାକା କାମ ସମ୍ପାଦନ କରାଯାଇଛି ।ସେହିଭଳି ତିନି ରଥର ୫ ଦଣ୍ଡା ଫ୍ରେମରେ କଣ୍ଟା ବାଡିଆ ସହ ଆଗଆଣି ଓ ପଛଆଣି ମୁହାଁଟରେ ଗୁଜ , ଜଳଯନ୍ତ୍ର ଉଠି ତା ଉପରେ ନିରାଡି ସଂଯୋଗ କରାଯାଇଛି । ଏହା ସହ ତିନି ରଥକୁ ଦୁଇଟି ଲେଖାଏଁ ଗରଗରା ଉଠିଥିଲା । ଏବେ ସୁଦ୍ଧା ତିନି ରଥରେ ଗରଗରାରେ କଣ୍ଟା ବାଡିଆ ପୂର୍ବରୁ ତିନି ରଥର ମହାରଣା ମାନେ ମାପ ପ୍ରକାରେ ଗରଗରା ପଛ ଭାଗ ଓ ଦଣ୍ଡାର ଉପରଭାଗ ଅର୍ଦ୍ଧ ବର୍ଗାକାର ଖୋଦେଇ ସହ ବିନ୍ଧ କରିଛନ୍ତି । ଏହାପରେ ତିନି ରଥର ଉଭୟ ପାଶ୍ୱର୍ରେ ଗରଗରାରେ କଂଟା ବାଡିଆ କାର୍ଯ୍ୟ ସମ୍ପନ୍ନ କରିଥିଲେ ।