ସେୟାର ମାର୍କେଟ୍ରେ ହ୍ରାସ ପାଇଛି ୧୫୪୫ ପଏଣ୍ଟ ସେନ୍ସେକ୍ସ
ମେଟ୍ରୋ ଟିଭି ଓଡିଶା,୨୫/୧ : କରୋନା ଯୋଗୁ ସେୟାର ମାର୍କେଟ୍ର ସ୍ଥିତି ଖରାପ । ଏହି ସପ୍ତାହରେ ସବୁଠାରୁ ବଡ ହ୍ରାସ ଦେଖିବାକୁ ମିଳିଛି । ଉଭୟ ସେନ୍ସେକ୍ସ ଏବଂ ନିଫ୍ଟିରେ ପାଖାପାଖି ୨.୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ସେନ୍ସେକ୍ସ ୧୫୪୫.୬୭ ଅଙ୍କ ଖସି ୫୭,୪୯୧.୫୧ରେ ବନ୍ଦ ରହିଛି । ଅନ୍ୟପଟେ ନିଫ୍ଟି ୪୬୮.୦୫ ଅଙ୍କ ଖସି ୧୭,୧୪୯.୧୦ ପଏଣ୍ଟ୍ ତଳକୁ ଚାଲିଆସିଛି । ଏଥିସହିତ ଲଗାତାର ୫ ଦିନ ଧରି ସେୟାର ମାର୍କେଟ୍ ହ୍ରାସ ପରିଲିକ୍ଷିତ ହୋଇଛି ।
ସୂଚନା ଅନୁସାରେ,ନାୟକା, ଜମାଟୋ ଏବଂ ପେଟିଏମ୍ ଭଳି କମ୍ପାନୀର ଷ୍ଟକ୍ ପ୍ରଭାବ ପଡ଼ିଛି । ଗୁରୁବାର ୨୭୦ ଲକ୍ଷ କୋଟିର ମାର୍କେଟ୍ ଆଜି ୨୬୦ ଲକ୍ଷ କୋଟିକୁ ଖସି ଆସିଛି । ଅର୍ଥାତ ମାର୍କେଟ୍ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ । ତେବେ ୫ଦିନ ମଧ୍ୟରେ ସେନ୍ସେକ୍ସରେ ୩୯୦୦ ଅଙ୍କ ହ୍ରାସ ପାଇଲାଣି । ପୂର୍ବ ସପ୍ତାହରେ ସେନ୍ସେକ୍ସ ୨୧୮୫ ପଏଣ୍ଟ୍ ହ୍ରାସ ପାଇଥିବା ବେଳେ ନିଫ୍ଟି ୬୩୮.୬୦ ଅଙ୍କ ଖସିଥିଲା । ସେନ୍ସେକ୍ସରେ ବଡ଼ ହ୍ରାସ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍ ଏବଂ ଇନ୍ଫୋସିସ୍ର ହୋଇଛି । ଏହି କ୍ଷତିରେ କେବଳ ଆରର୍ଆଇପିଏଲ୍ ୧୭୮ ଅଙ୍କ କ୍ଷତି ହୋଇଛି । ଏଥିସହିତ ଇନ୍ଫୋସିସ୍ର ୧୨୧, ଏଚ୍ଡିଏଫ୍ସି ବ୍ୟାଙ୍କର ୧୦୪ ଅଙ୍କ ହ୍ରାସ ହୋଇଛି । ବଡ଼ ବଡ଼ କମ୍ପାନୀର ଷ୍ଟକ୍ କ୍ଷତି ହୋଇଛି ।