ରାଜଧାନୀର ନାଇଟ କ୍ଳବ,ବାର ରେ କମିସନରେଟ ପୁଲିସର ଚଢ଼ଉ

ଭୁବନେଶ୍ବର: ପୋଲିସ କି ନିୟମକୁ ଖାତିର କରୁନାହାଁନ୍ତି ।  ବିଳମ୍ବିତ ରାତିରେ ରାଜଧାନୀରେ ଚାଲୁଛି ନାଇଟ କ୍ଳବ । ଅଭିଯୋଗ ପରେ ବାର ଓ ହୋଟେଲରେ କମିସନରେଟ ପୁଲିସ ଚଢ଼ଉ କରିଥିଲା। ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ସମସ୍ତ ବାର, ନାଇଟ କ୍ଳବ ଓ ହୋଟେଲରେ ଚଢ଼ଉ କରାଯାଇଥିଲା।  ସ୍ୱତନ୍ତ୍ର ୨ଟି ପୁଲିସ ଟିମ, ତିନି ପ୍ଲାଟୁନ ପୁଲିସ ଫୋର୍ସ, ସିଟିଏସ ଫୋର୍ସ, ଟିମ -୬୦ ଏବଂ ବରିଷ୍ଠ ଅଧିକାରୀ। ଅବକାରୀ ଆଇନ ଅନୁଯାୟୀ, ଯେଉଁମାନେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବାର, ହୋଟେଲ ଓ ନାଇଟ କ୍ଳବ ଚଳାଉଥିଲେ ସେହି ସବୁ ସ୍ଥାନରେ ପୁଲିସ ଚଢ଼ଉ କରିଥିଲା। ଅବକାରୀ ଆଇନ ଉଲଙ୍ଘନ କରିଥିବାରୁ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳରେ ଥିବା ସମସ୍ତ ବାରକୁ ନୋଟିସ କରିବ କମିସନରେଟ ପୁଲିସ।