ମେଟ୍ରୋ ଟିଭି ଓଡିଶା,୨୫/୧ : ୨୦୨୨ର ଫେବୃଆରୀ ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ ସେବା । ଏଥିସହ ଆରବିଆଇ ଫେବୃଆରୀ ମାସ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛି। ତେବେ ଏହି ଛୁଟି ତାଲିକାରେ ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ସହ ରବିବାର ଛୁଟି ମଧ୍ୟ ସାମିଲ୍। ଫେବୃଆରୀ ମାସରେ ବସନ୍ତ ପଞ୍ଚମୀ, ଗୁରୁ ରବିଦାସ ଜୟନ୍ତୀ ପରି ଦିନଗୁଡିକରେ ସମଗ୍ର ଦେଶରେ ଛୁଟି ରହିବ। ହେଲେ ଫେବୃଆରୀ ମାସରେ ଦେଶରେ ସବୁ ସ୍ଥାନରେ ବ୍ୟାଙ୍କ ୧୨ ଦିନ ବନ୍ଦ ରହିବ ନାହିଁ। ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକରେ ଅଲଗା ଅଲଗା ଦିନ ଛୁଟି ରହିଥାଏ। ଏମିତି ଅନେକ ଛୁଟି ରହିଛି ଯାହା କୌଣସି ରାଜ୍ୟ କିମ୍ବା ନିଜ ଅଞ୍ଚଳ ସହ ସମ୍ବନ୍ଧିତ ରହିଛି। ଏଥିପାଇଁ ବ୍ୟାଙ୍କର ଛୁଟି ଦିନ ଅଲଗା ଅଲଗା ରାଜ୍ୟ ହିସାବରେ ହୋଇଥାଏ।
ସୂଚନା ଅନୁସାରେ,ଫେବୃଆରୀ ୨- ସୋନାମ ଲୋଚ୍ଚର,ଫେବୃଆରୀ ୫- ସରସ୍ଵତୀ ପୂଜା/ଶ୍ରୀପଞ୍ଚମୀ/ ବସନ୍ତ ପଞ୍ଚମୀ ଫେବୃଆରୀ ୬- ରବିବା.ଫେବୃଆରୀ ୧୨- ମାସର ଦ୍ଵିତୀୟ ଶନିବାର,ଫେବୃଆରୀ ୧୩- ରବିବା.ଫେବୃଆରୀ ୧୫- ମହମ୍ମଦ ହଜରତ ଅଲ୍ଲୀ ଜନ୍ନଦିବସ/ଲୁଇ-ନଗାଇ-ନି,ଫେବୃଆରୀ ୧୬- ଗୁରୁ ରବିଦାସ ଜୟନ୍ତ.ଫେବୃଆରୀ ୧୮- ଡୋଲଯାତ୍ରା,ଫେବୃଆରୀ ୧୯- ଛତ୍ରପତି ଶିବାଜୀ ମହାରାଜ ଜୟନ୍ତ.ଫେବୃଆରୀ ୨୦- ରବିବାର,ଫେବୃଆରୀ ୨୬- ମାସର ଚତୁର୍ଥ ଶନିବା.ଫେବୃଆରୀ ୨୭- ରବିବାର ଏହି ସବୁ ଦିନ ବ୍ୟାଙ୍କ ସେବା ବନ୍ଦ ରହିବ ।