Sports ମୁମ୍ବାଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ରନ Last updated May 16, 2023 ଲକ୍ଷ୍ନୌ: ଆଜି ଯିଏ ଜିତିବ ପ୍ଲେ ଅଫ୍ ପାଇଁ ସେ କ୍ବାଲିଫାଏ କରିବ । ମୁମ୍ବାଇ ଓ ଲକ୍ଷ୍ନୈା ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୈା ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୭୭ ରନ କରିଛି। ଫଳରେ ମୁମ୍ବାଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ରନ ରହିଛି। ଲକ୍ଷ୍ନୈା ପାଇଁ କୃନାଲ ପାଣ୍ଡ୍ୟା ୪୯ ରନ, ମାର୍କୋସ ଷ୍ଟୋନିସ ସର୍ବାଧିକ ୮୯ ରନ କରିଥିଲେ।ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଆରମ୍ଭରୁ ଦୀପକ ହୁଦା ଓ ପ୍ରେରକ ମଙ୍କଡ୍ ଓ କ୍ବିଣ୍ଟନ ଡିକକଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ଇନିଂସ ଜରିଆରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୭୭ ରନ କରିଥିଲା । #cricket#india#IPL#metro tv Share