ବିଶ୍ୱ ମାତୃ ଦିବସ

ଆଜି ମାତୃ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି ।  ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ମା’କୁ ମନେପକାଉଛି ବିଶ୍ବ ।  ସୋସିଆଲ ମିଡିଆରେ ଏନେଇ କେତେ କବିତା କେତ ଗପ କେତେ ଚର୍ଚା ହେଉଛି ।  ମାଆଠୁ ବଳି ନିଜର ଦୁନିଆରେ କିଛି ବି ନାହିଁ  । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଥିଲେ ସେ ସବୁ ଜଣାପଡେନାହିଁ । କୁହାଯାଏ ଦୁନିଆରେ ସଭିଙ୍କ ଋଣ ସୁଝି ହେବ । କିନ୍ତୁ ମାଆର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁ। ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ବିଶ୍ୱ ମାତୃ ଦିବସ ପାଳନ କରାଯାଇଥାଏ । ପ୍ରଥମେ ଆମେରିକାରେ ମା’କୁ ସମ୍ମାନ ଦେବା ଲାଗି ଉଦ୍ଦିଷ୍ଟ ଥିବା ଏହି ଦିନଟି ଆରମ୍ଭ ହୋଇଥିଲା । ମାଆ ଓ ମାତୃତ୍ୱକୁ ସମ୍ମାନ ଦେଇ ବିଶ୍ୱର ପ୍ରାୟ ୪୦ରୁ ଅଧିକ ଦେଶରେ ପାଳିତ ହେଉଛି ମାତୃ ଦିବସ ।