ଲକ୍ଷ୍ନୌରେ ଏଲଏସଜି-ସିଏସକେ ଲଢ଼େଇ

ଲକ୍ଷ୍ନୌ: ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଆଜି ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ। ପଏଣ୍ଟ ଟେବୁଲରେ ଏଲଏସଜି ତୃତୀୟ ସ୍ଥାନରେ ରହିଛି। ୯ ମ୍ୟାଚରୁ ୫ ଜିତି ୪ ହାରି ଏହା ୧୦ ପଏଣ୍ଟ ହାସଲ କରିଛି। ଏହାର ରନ ରେଟ ୦.୬୩୯ ରହିଛି। ସେହିପରି ସିଏସକେ ଚତୁର୍ଥ ସ୍ଥାନରେ ରହିଛି। ୯ ମ୍ୟାଚରୁ ୫ ଜିତି ୪ ହାରି ଏହା ୧୦ ପଏଣ୍ଟ ହାସଲ କରିଛି। ଏହାର ରନ ରେଟ ୦.୩୨୯ ରହିଛି।