ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ରନରେ ସନ ରାଇଜର୍ସ ହାଇଦ୍ରାବାଦ ପରାସ୍ତ କରିଛି
ନୂଆଦିଲ୍ଲୀ:ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ରନରେ ପରାସ୍ତ କଲା ସନ ରାଇଜର୍ସ ହାଇଦ୍ରାବାଦ। ହାଇଦ୍ରାବାଦର ୧୯୮ ରନର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲସ ୬ ୱିକେଟରେ ୧୮୮ ରନ କରିବାକୁ ସକ୍ଷମ ହୋଇଛି।
He might not have ended up on the winning side but Mitchell Marsh delivered a spirited all-round performance for @DelhiCapitals and received the Player of the Match award 👏🏻👏🏻#SRH register a 9-run win in Delhi 👌🏻👌🏻
Scorecard ▶️ https://t.co/iOYYyw2zca #TATAIPL | #DCvSRH pic.twitter.com/MmSvKhhmWW
— IndianPremierLeague (@IPL) April 29, 2023
ଦ୍ବିତୀୟ ପାଳିରେ ଦିଲ୍ଲୀ କ୍ୟାପିଟାଲସ ପକ୍ଷରୁ ଅଧିନାୟକ ଡେଭିଡ ୱାର୍ଣ୍ଣର ଓ ୱିକେଟ ରକ୍ଷକ ଫିଲିପ ସାଲ୍ଟ ଓପନିଂ କରିଥିଲେ। ତେବେ ପ୍ରଥମ ବଲରେ କୌଣସି ରନ କରିନପାରି ଡେଭିଡ ୱାର୍ଣ୍ଣର ଭୁବନେଶ୍ବର କୁମାରଙ୍କ ବଲରେ ଆଉଟ ହୋଇଯାଇଥିଲେ। ପରେ ମିଚେଲ ମାର୍ସ ଓ ସାଲ୍ଟ ବ୍ୟାଟିଂ ସମ୍ଭାଳିଥିଲେ। ଉଭୟେ ୧୧୨ ରନ ଯୋଡିଥିଲେ। ସାଲ୍ଟ ବ୍ୟକ୍ତିଗତ ଭାବେ ୫୯ ରନ କରି ଆଉଟ ହୋଇଥିବାବେଳେ ମାର୍ସ ୬୩ ରନ କରି ଆଉଟ ହୋଇଥିଲେ। ମନିସ ପାଣ୍ଡେ ୧ ରନ, ପ୍ରିୟାମ ଗାର୍ଗ ୧୨ ରନ, ସର୍ଫରାଜ ଖାନ ୯ ରନ କରି ଆଉଟ ହୋଇଥିଲେ। ଅକ୍ଷର ପଟେଲ ଓ ରିପାଲ ପଟେଲ ଶେଷ ପର୍ଯ୍ୟନ୍ତ ରହିଥିଲେ ବି ଦଳକୁ ଜିତାଇ ପାରିନଥିଲେ। ଅକ୍ଷର ୨୯ ରନ କରିଥିବାବେଳେ ରିପାଲ ୧୧ ରନ କରିଥିଲେ।
The Delhi Capitals came close to the target but it's @SunRisers who emerge victorious in Delhi 👏🏻👏🏻#SRH register a 9-run victory over #DC 👌🏻👌🏻
Scorecard ▶️ https://t.co/iOYYyw2zca #TATAIPL | #DCvSRH pic.twitter.com/S5METD41pF
— IndianPremierLeague (@IPL) April 29, 2023