କୁସ୍ତି ଫେଡେରେସନ୍‌ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ କହିଲେ ଦୋଷୀଭାବେ ଇସ୍ତଫା ଦେବି ନାହିଁ

ନୂଆଦିଲ୍ଲୀ: କୁସ୍ତି ଖେଳାଳିମାନଙ୍କ ଦାବି ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି ସାଂସଦ ବ୍ରଜଭୂଷଣ । ସେ କହିଛନ୍ତି ଯଦି ସେ କାହାକୁ ଯୈାନ ନିର୍ଯାତନା ଦେଇଛନ୍ତି ବା ଖରାପ ବ୍ୟବହାର ଦେଖାଇଛନ୍ତି ତେବେ କାହିଁକି ମାମଲା କରାଯାଇନାହିଁ । କୋଉ ପୋଲିସ ଷ୍ଟେସନରେ କିଏ ତାଙ୍କ ନାମରେ କାହିଁକି ଅଭିଯୋଗ କରିନାହାଁନ୍ତି । 12 ବର୍ଷ ହେଲା କାହିଁକି ଅଭିଯୋଗ ହୋଇନାହିଁ । ଯନ୍ତରମନ୍ତରରେ ଧାରଣା ଦେବାର ମାନେ କଣ? ଗୋଟିଏ ପରିବାରର ଖେଳାଳି , ଗୋଟିଏ ଆଖଡ଼ା କାହିଁକି ତାଙ୍କ ବିରୋଧରେ ଏପରି ଅଭିଯୋଗ କରୁଛି? ଏଥିରେ ରାଜନୀତି ରହିଛି । ସବୁ ରାଜ୍ୟର ଖେଳାଳି ଅଛନ୍ତି ଅନ୍ୟମାନେ କାହିଁକି ତାଙ୍କ ନାମରେ ଅଭିଯୋଗ କରୁନାହାଁନ୍ତି । ଏହା ସହତି ସେ କହିଛନ୍ତି ଇସ୍ତଫା ଦେବା ମୋ ପାଇଁ ବଡ଼ କଥା ନୁହେଁ, କିନ୍ତୁ ଜଣେ ଅପରାଧୀ ଭାବେ ଇସ୍ତଫା ଦେବି ନାହିଁ ବୋଲି ଆଜି ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ କହିଛନ୍ତି। ପ୍ରତିବାଦକାରିଣୀ କୁସ୍ତି ଖେଳାଳିମାନଙ୍କ ଦାବି ସଂକ୍ରାନ୍ତରେ ବ୍ରଜଭୂଷଣ କହିଛନ୍ତି, ସେମାନଙ୍କର ଦାବି ସବୁ ଦିନ ବଦଳୁଛି। ପ୍ରଥମେ ସେମାନେ ଦାବି କଲେ ମୁଁ ଫେଡେରେସନ୍‌ ମୁଖ୍ୟ ପଦରୁ ଇସ୍ତଫା ଦିଏ। ତା’ପରେ ‘ଏଫ୍‌ଆଇଆର୍‌’ ଦାବି କଲେ, ‘ଏଫ୍‌ଆଇଆର୍‌’ ପଞ୍ଜୀକୃତ ହେବା ପରେ ଏବେ ସେମାନେ କହୁଛନ୍ତି କି, ମୁଁ ସବୁ ପଦପଦବୀରୁ ଇସ୍ତଫା ଦେଇ ଜେଲ୍‌ ଯାଏ।

ମୋ କହିବା କଥା, ଇସ୍ତଫା ଦେବା ଅର୍ଥ ହେବ ମୋ ନାଁ’ରେ ଆଗତ ଅଭିଯୋଗକୁ ମୁଁ ସ୍ବୀକାର କରୁଛି। ଇସ୍ତଫା ଦେବା ବଡ଼ କଥା ନୁହେଁ, କିନ୍ତୁ ଜଣେ ଅପରାଧୀ ଭାବେ ମୁଁ ଇସ୍ତଫା ଦେବି ନାହିଁ। ମୁଁ ଅପରାଧୀ ନୁହେଁ। ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ବ୍ରଜଭୂଷଣ ଶରଣ ସିଂହଙ୍କ ନାଁ’ରେ ୨ଟି ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଛି। ଏବେ ତଦନ୍ତ ଆରମ୍ଭ ହେବ । କିନ୍ତୁ ତା ପୂର୍ବରୁ କଣ ପାଇଁ ସେ ଦୋଷ ସ୍ବୀକାର କରିବେ । ସେ କୈାଣସି ମହିଳା ଆଥଲେଟଙ୍କୁ ଯୈାନ ନିର୍ଯାତନା ଦେଇନଥିବା ସ୍ପଷ୍ଟ କରିଛନ୍ତି ।