ବାଙ୍ଗାଲୋରକୁ ୨୧ ରନରେ ପରାସ୍ତ କରିଛି କୋଲକତା

ବେଙ୍ଗାଲୁରୁ : ବାଙ୍ଗାଲୋରକୁ ପରାସ୍ତ କରିଛି କୋଲକତା । ୨୧ ରନରେ ବିଜୟଲାଭ କରିଛି କୋଲକତା । ପ୍ରଥମେ ବ୍ୟାଟିଂ କରି କୋଲକତା ୨୦୧ ରନ ବିଜୟ ଲକ୍ଷ୍ୟ ରଖିଥିଲା । ବାଙ୍ଗାଲୋର ୨୦ ଓଭରରେ ୮ ଉଇକେଟ ହରାଇ ୧୭୯ ରନ କରିବାକୁ ସମର୍ଥ ହୋଇଛି । ପ୍ରଥମେ ବ୍ୟାଟିଂ କରି ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୨୦୧ ରନର ବିଜୟ ଲକ୍ଷ୍ୟ ରଖିଥିଲା କୋଲକାତା ନାଇଟରାଇଡର୍ସ ।

 

ଦଳ ପକ୍ଷରୁ ଜାସନ ରଏ ୫୬ରନ କରିଥିବାବେଳେ ନିତିଶ ରାଣା ୪୮ରନ କରିଥିଲେ । ସେହିପରି ଭେଙ୍କଟେଶ ଆୟର ୩୧ରନ ଓ ଏନ.ଜଗଦୀଶନ ୨୭ରନ କରିଥିଲେ । ରିଙ୍କୁ ସିଂ ଅପରାଜିତ ୧୮ରନ କରିଥିଲେ ।
ତେବେ ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ୫୪ ରନ କରିଥିଲା ବେଳେ ଅନ୍ୟ କୌଣସି ବ୍ୟାଟସମାନ ଭଲ ଖେଳିପାରିନଥିଲେ ।

ମହିପାଳ ୩୪ ରନ କରିଥିବା ବେଳେ ଦିନେଶ କାର୍ତ୍ତିକ ୨୨ ରନ୍ କରିଥିଲେ ।ବିଜୟ ପରେ କୋଲକତା ୭ମ ସ୍ଥାନରେ ରହିଥିବା ବେଳେ ବାଙ୍ଗାଲୋର ୫ମ ସ୍ଥାନରେ ରହିଛି ।