ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ‌ଭେଟିବ କୋଲକତା

ବାଙ୍ଗାଲୋର: ହାର ଜିତ୍ ର ଲଢ଼େଇ ଚାଲିଛି ଆଇପିଏଲରେ । କିଏ ହାରୁଛି ବାଜି ପୁଣି କିଏ ଜିତୁଛି । ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ‌ବେଙ୍ଗାଲୁରୁରେ ଭେଟିବ କେକେଆର୍‌  । ପ୍ରତିଶୋଧ ନେବାକୁ ଅପେକ୍ଷାରେ ଅଛି ବାଙ୍ଗାଲୋର । ତେବେ କିଏ ଜିତିବ ତାହା ମ୍ୟାଚ ସରିଲେ ଜଣାପଡିବ । କୋଲକତା ୭ ମ୍ୟାଚ୍‌ ଖେଳି ୨ ବିଜୟରୁ ୪ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଆର୍‌ସିବି ୭ରୁ ୪ ଜିତି ପଞ୍ଚମରେ ରହିଛି। କେକେଆର୍‌ ପାଇଁ ବଡ଼ ଚିନ୍ତା ହେଉଛି ଦଳ ଗତ ୪ ମ୍ୟାଚ୍‌ରେ ପରାଜୟ ମୁହଁ ଦେଖିଛି। ନାରାୟଣ ଜଗଦୀଶାନ, ଭେଙ୍କଟେଶ ଆୟର ଓ ନୀତୀଶା ରାଣା ଚାପରେ ରହି ବଡ଼ ସ୍କୋର୍‌ କରିପାରୁନାହାଁନ୍ତି। ଗତ ମ୍ୟାଚରେ ଶୂନରେ କୋହଲି ଆଉଟ ହୋଇଥିଲେ ମଧ୍ୟ ଫାଫ୍‌ ଡୁ’ପ୍ଲେସିସ୍‌ଙ୍କ ଏହି ଦଳର କିଛି ଖେଳାଳି ଭଲ ଖେଳୁଛନ୍ତି । ଲଗାତାର ଦୁଇ ମ୍ୟାଚ୍‌ ଜିତି ଟେବୁଲର ଉପରକୁ ଉଠିପାରିଛି। ଅଧିନାୟକଙ୍କ ସହ ବିରାଟ କୋହଲି ଏବଂ ଗ୍ଲେନ୍‌ ମ୍ୟାକ୍ସୱେଲ ଚମତ୍କାର ଫର୍ମରେ ରହିଛନ୍ତି। ତେବେ ମଧ୍ୟକ୍ରମରେ ଦୀନେଶ କାର୍ତ୍ତିକ, ମହିପାଲ ଲୋମଲୋର, ଶାହବାଜ ଅହମଦ ଓ ସୂୟାଶ ପ୍ରଭୂଦେଶାଇଙ୍କ ଫର୍ମ ଦଳ ପାଇଁ ଏବେ ବି ଚିନ୍ତାଜନକ ରହିଛି ।