ଦିଲ୍ଲୀରେ ଡିସି-କେକେଆର ମୁହାଁମୁହିଁ
ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହେବେ। ମ୍ୟାଚରେ ରହିବା ପାଇଁ ଡିସି ପାଇଁ କର ବା ମର ସ୍ଥିତି ରହିଛି। କ୍ରମାଗତ ପାଞ୍ଚଟି ପରାଜୟ ପରେ, ଡିସି ପାଇଁ ଯେ କୌଣସି ମୂଲ୍ୟରେ ଏହି ମ୍ୟାଚ ଜିତିବା ଆବଶ୍ୟକ । ଦିଲ୍ଲୀ ପାଇଁ ଆଜି ଗୁରୁତ୍ୱପୂର୍ଣ୍ । ଲଗାତାର ୫ମ ପରାଜୟ ପରେ ଦିଲ୍ଲୀ ଏବେ ପ୍ରଥମ ବିଜୟ ପାଇଁ ଅପେକ୍ଷାରେ ରହିଛି । ତେବେ ଦିଲ୍ଲୀ ପାଇଁ ପୃଥୀ ଶଙ୍କ ଫର୍ମ ଚିନ୍ତାରେ ପକାଇଛି । ଏହି କାରଣରୁ ଦିଲ୍ଲୀ ଦଳ ଏହି ମ୍ୟାଚରେ ନୂତନ ପରୀକ୍ଷଣ ଆଣିପାରେ, ଯେଉଁଥିରେ ପ୍ରୀତି ଖାଁ ଏବଂ ମିଚେଲ ମାର୍ଶଙ୍କ ପରି ଭେଟେରାନମାନେ ମଧ୍ୟ ଖେଳିିବାର ସମ୍ଭାବନା ରହିଛି। ଡେଭିଡ ୱାର୍ଣ୍ଣର (ଅଧିନାୟକ), ମିଚେଲ ମାର୍ଶ, ୟଶ ଧୁଲ, ମନୀଷ ପାଣ୍ଡେ, ଅକ୍ଷର ପଟେଲ ପ୍ରମୁଖ ଭଲ ଫର୍ମରେ ରହିଛନ୍ତି । ସେହିପରି କୋଲକାତା ନାଇଟ ରାଇଡର୍ସ ପ୍ଲେଇଙ୍ଗ ଜେସନ ରୟ, ଏନ ଜଗଦୀଶାନ, ଭେଙ୍କଟେଶ ଆୟର, ନୀତୀଶ ରାଣା(ଅଧିନାୟକ), ଆଣ୍ଡ୍ରେ ରସେଲ, ରିଙ୍କୁ ସିଂ, ଶାର୍ଦ୍ଦୁଲ ଠାକୁର ଭଲ ଫର୍ମରେ ରହିଛନ୍ତି ।