ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଚତୁର୍ଥ ବିଜୟ
ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟ ହାସଲ କରିଛି। ୧୫୪ କରିଥିବା ଲକ୍ଷ୍ନୌ ନବୀନ ଉଲ୍ ହକ୍ଙ୍କ କଞ୍ଜୁସ ବୋଲିଂ ସାଙ୍ଗକୁ ଆୱେସ ଖାନ୍ଙ୍କ ୩ ଓ ମାର୍କସ ଷ୍ଟୋଇନିସ୍ଙ୍କ ୨ ୱିକେଟ୍ ଦଖଲ ବଳରେ ରାଜସ୍ଥାନ ରୟାଲ୍ସ ପାଳିକୁ ୧୪୪/୬ରେ ଅଟକାଇ ଦେଇଥିଲା।
A brilliant final over from @Avesh_6 🔥🔥@LucknowIPL win by 10 runs to add two more points to their tally.
Scorecard – https://t.co/gyzqiryPIq #TATAIPL #RRvLSG #IPL2023 pic.twitter.com/c6iEP6V7cN
— IndianPremierLeague (@IPL) April 19, 2023
।ଜୟପୁରର ସବାଇ ମାନସିଂହ ଷ୍ଟାଡିୟମ୍ରେ ବୁଧବାର ଟସ୍ ଜିତି ଘରୋଇ ରାଜସ୍ଥାନ ଦଳ ପ୍ରଥମେ ବ୍ୟାଟିଂ ପାଇଁ ସୁପର ଜାଏଣ୍ଟସ୍କୁ ଆମନ୍ତ୍ରଣ କରିଥିଲା। ଲକ୍ଷ୍ନୌ ଦଳ ୭ ୱିକେଟ୍ ବିନିମୟରେ ୧୫୪ ରନ୍ କରିପାରିଥିଲା। ଅଧିନାୟକ କେଏଲ୍ ରାହୁଲ ଓ କାଇଲ ମେୟର୍ସଙ୍କ ମଧ୍ୟରେ ୮୨ ରନ୍ର ପ୍ରଥମ ୱିକେଟ୍ ଭାଗୀଦାରି ହିଁ ସୁପର ଜାଏଣ୍ଟସ୍କୁ ୧୫୦ ଅତିକ୍ରମ କରିବାରେ ସହାୟକ ହୋଇଥିଲା। ମାର୍କସ ଷ୍ଟୋଇନିସ୍ ଓ ନିକୋଲାସ ପୂରନ୍ ଡେଥ୍ ଓଭରଗୁଡ଼ିକରେ ଦ୍ରୁତ ରନ୍ ସଂଗ୍ରହ କରିବାକୁ ଯାଇ ଆଉଟ୍ ହୋଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଷ୍ଟୋଇନିସ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରୟାଲ୍ସ ପାଇଁ ଯଶସ୍ବୀ ଜୟସ୍ବାଲ ଏବଂ ଜୋସ୍ ବଟଲର୍ ପ୍ରଥମ ୱିକେଟ୍ରେ ୮୭ ରନ୍ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଅବଶିଷ୍ଟ ବ୍ୟାଟର୍ଙ୍କ ବିଫଳତା ଯୋଗୁଁ ଦଳ ପରାଜିତ ହୋଇଥିଲା।
In Match 2️⃣6️⃣ of #TATAIPL between #RR & #LSG
Here are the Dream11 GameChanger, RuPay On-The-Go 4s of the match & TIAGO.ev Electric Striker award winners. #RRvLSG@Dream11 | #SabKhelenge@RuPay_npci | #RuPayCreditonUPI | #BeOnTheGo@Tatamotorsev | #Tiagoev | #Goev pic.twitter.com/SQShfjT0eb
— IndianPremierLeague (@IPL) April 19, 2023