ନାମିବ୍ୟାରୁ ଆସିଥିବା ଗୋଟିଏ ଚିତାର ମୃତ୍ୟୁ

ଶେଷରେ ଆଖି ବୁଜିଲା ଚିତା ‘ଶାଶା’ । କିଛି ଦିନ ଧରି ଅସୁସ୍ତ ରହିବା ପରେ  ଗତବର୍ଷ ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ୮ଟି ଚିତା ମଧ୍ୟରୁ ଶାଶା ଚିତାର ମୃତ୍ୟୁ ହୋଇଛି । କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିବା ଏହି ୮ ଚିତା ମଧ୍ୟରୁ ମାଈ ଚିତା ଶାଶା ଆଖି ବୁଜିଛି । ଗତ ଜାନୁଆରୀ ୨୩ ତାରିଖରୁ ସେ ଅସୁସ୍ଥ ଥିଲା । କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିବାରୁ ତାହାର ଚିକିତ୍ସା ଚାଲିଥିଲା । କିନ୍ତୁ ଶାଶା ର ଅବସ୍ଥା ଖରାପ ଆଡ଼କୁ ଗତି କରିଥିଲା ।ତାକୁ ଚିକିତ୍ସା ପାଇଁ କ୍ୱାରେଣ୍ଟିନ୍ ଏନକ୍ଲୋଜରକୁ ପଠାଯାଇଥିଲା । ଚିକିତ୍ସା ପାଇଁ ମଧ୍ୟପ୍ରଦେଶ ସରକାର ଏକ ଏମର୍ଜେନ୍ସି ମେଡିକାଲ ଟିମ୍ ପଠାଇଥିଲେ । ବନ ବିହାର ଜାତୀୟ ଉଦ୍ୟାନର ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ଅତୁଲ ଗୁପ୍ତାଙ୍କ ନେତୃତ୍ୱରେ ଚିକିତ୍ସା କରାଯାଉଥିଲା ।