୩୬ଟି ୱାନ୍‌ୱେବ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ଇତିହାସ ରଚିଛି ଇସ୍ରୋ

ଚେନ୍ନାଇ: ଇତିହାସ ରଚିଛି ଇସ୍ରୋ । ଏକାଥରକେ ମହାକାଶକୁ  ୩୬ଟି ୱାନ୍‌ୱେବ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ସଫଳତା ହାସଲ କରିଛି ଇସ୍ରୋ ।  ‘ଭାରତୀୟ ମହାକାଶ ଗ‌େବେଷଣା ସଂସ୍ଥାନ’ ବା ‘ଇସ୍ରୋ’ ଚେନ୍ନାଇ ନିକଟସ୍ଥ ଶ୍ରୀହରିକୋଟା ‘ସ୍ପେସ୍‌ପୋର୍ଟ’ରୁ ଗୋଟିଏ ରକେଟ୍‌ ଯୋଗେ ୩୬ଟି ‘ୱାନ୍‌ୱେବ୍‌ ସାଟେଲାଇଟ୍‌’ ଉତ୍‌କ୍ଷେପଣ କରି ପ୍ରଶଂସା ସାଉଁଟିଛି ।‘ ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌’ରୁ ଇଂଲଣ୍ଡ୍‌ସ୍ଥିତ କମ୍ପାନିର ତତ୍ତ୍ବାବଧାନରେ ଏହି ୩୬ଟି କୃତ୍ରିମ ଉପଗ୍ରହକୁ ନେଇ ମହାକାଶକୁ ଯାତ୍ରା କରିଥିଲା। କୃତ୍ରିମ ଉପଗ୍ରହ’ଗୁଡ଼ିକୁ ‘ଲୋ ଆର୍ଥ ଅର୍‌ବିଟ୍‌’ ବା ପୃଥିବୀଠୁ ଅଳ୍ପ ଉଚ୍ଚରେ ଘୂରିବା ଭଳି କକ୍ଷପଥରେ ସ୍ଥାପନ କରାଯିବ। ସମୁଦାୟ ୫,୮୦୫ କିଲୋଗ୍ରାମ୍‌ ଓଜନର ଏହି ‘ୱାନ୍‌ୱେବ୍‌ ଜେନ୍‌-୧’ ‘ସାଟେଲାଇଟ୍‌’ଗୁଡ଼ିକୁ ମହାକାଶରେ ୮୭.୪ ଡିଗ୍ରି ଅଣେଇ ରଖାଯାଇ ୪୫୦ କିଲୋମିଟର୍‌ ବୃତ୍ତାକାର କକ୍ଷପଥରେ ସ୍ଥାପନ କରାଯିବ।