ମୋଦୀଙ୍କ ଆଗରେ ନିଜ ପଣତକାନି ପତେଇ କୃତଜ୍ଞତା ଜଣାଇଛନ୍ତି ଆଦିବାସୀ ମହିଳା ହିରାବାଈବେନ୍ ଇବ୍ରାହିମ୍ଭାଇ ଲୋବି

‘ମୋ ପ୍ରିୟ ନରେନ୍ଦ୍ର ଭାଇ ! ଆପଣ ଆମର ଝୋଲି ଭରି ଦେଇଛନ୍ତି । କେହି ବି ଆମ ଦୁଃଖ ବୁଝୁନଥିଲେ, କେହି ଆମ ବିଷୟରେ ଚିନ୍ତା କରୁନଥିଲେ, ଆମକୁ ପରିଚୟ ଦେବାକୁ ଚେଷ୍ଟା କରିନଥିଲେ ହେଲେ ଆପଣ ଆସିବା ପରେ ଆମକୁ ପରିଚୟ ମିଳିଛି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍’ Iନିଜର ନିରନ୍ତର, ନିଃସ୍ୱାର୍ଥପର ସମାଜ ସେବା ପାଇଁ ପଦ୍ମ ପୁରସ୍କାର ପ୍ରଦାନ ଚାଲିଥିବାବେଳେ ରାଷ୍ଟ୍ରପତି ଭବନରେ ଶୁଣିବାକୁ ମିଳିଥିଲା ଏଭଳି ଭାବବିହ୍ୱଳ କେଇପଦ କଥା, ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏ ଥିଲା ପଦ୍ମ ପୁରସ୍କାରରେ ସମ୍ମାନୀତ ହୋଇଥିବା ଆଦିବାସୀ ସମ୍ପ୍ରଦାୟର ୭୦ ବର୍ଷୀୟା ବୟସ୍କା ମହିଳା ହିରାବାଈବେନ୍ ଇବ୍ରାହିମ୍ଭାଇ ଲୋବି ।ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ଆସିବାବେଳେ ସେଠାରେ ଉପସ୍ଥିତ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ଲୋକସଭା ସ୍ପିକର ଏମ୍ ବିର୍ଲାଙ୍କ ଆଗରେ ଦଣ୍ଡେ ଅଟକି ଯାଇଥିଲେ । ମୋଦୀଙ୍କ ଆଗରେ ନିଜ ପଣତ କାନି ପତେଇ ନିଜ ହୃଦୟର କୃତଜ୍ଞତା ଜଣାଇଥିଲେ । ତାଙ୍କର ସେ ନିଷ୍କପଟ ସରଳ କଥା ସବୁ ଉପସ୍ଥିତ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଭାବବିହ୍ୱଳ କରିପକାଇଥିଲା । କରତାଳିରେ କମ୍ପିଥିଲା ପୁରା ପରିବେଶ । ତାଙ୍କୁ ପ୍ରତି ନମସ୍କାର ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।