ଶିଶୁଭବନ ଛକରେ ଅଭାବନୀୟ ଘଟଣା:ହୋର୍ଡିଂ ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଶିଶୁଭବନ ଛକରେ ଅଭାବନୀୟ ଘଟଣା । ହୋର୍ଡିଂ ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଯୁବକ ଜଣକ ହେଲେ ସୋର ଆଙ୍ଗୁଲା ଗାଁର ଟୁଲୁ ପାତ୍ର । ବେକରେ ଜିଆଇ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଅଧଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ସୁରକ୍ଷିତ ଉଦ୍ଧାର ହେଲେ ଯୁବକ। ଉକ୍ତ ଯୁବକ ତଳକୁ ଆସିବା ପରେ ଡ୍ରାଇଭର ମହାସଂଘ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।ଡ୍ରାଇଭର ମହାସଂଘ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଟୁଲୁ। ଡ୍ରାଇଭର ମହାସଂଘ ଆନ୍ଦୋଳନ ବେଳେ ପୋଲିସକୁ କାହିଁକି ଆକ୍ରମଣ କରାଗଲା ଏବଂ ବିଭିନ୍ନ ସ୍ଥାନରେ ଡ୍ରାଇଭର ମାନଙ୍କୁ ମାନସିକ ନିର୍ଯାତନା କାହିଁକି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।