ଓଡ଼ିଆମାନଙ୍କ ପଖାଳ ଦିବସକୁ ନେଇ ଚାରିଆଡେ ଖୁସି

ଭୁବନେଶ୍ବର : ପଖାଳ କହିଲେ ଓଡ଼ିଆଙ୍କ ଖାଦ୍ୟ କଥା ମନେପଡ଼େ ।  ପଖାଳକୁ ଖାଇବା ପାଇଁ କିଏ ବା ମନାକରେ । ଆଜି ପଖାଳ ଦିବସରେ ଅନେକ ସ୍ଥାନରେ ପଖାଳ ଦିବସ ପାଳିତ ହୋଇଯାଇଛି । ଗତ ଦଶ ବର୍ଷ ହେଲା ପଖାଳ ବିଶ୍ବ ମାନସପଟରେ ପହଞ୍ଚାଇବା ପାଇଁ ଓଡ଼ିଆମାନେ ପଖାଳ ଦିବସ ପାଳନ କରୁଛନ୍ତି। ତେବେ ଏହି ପଖାଳ ଖାଲି ଓଡ଼ିଆଙ୍କର ପ୍ରିୟ ନୁହେଁ, ବରଂ ମହାପ୍ରଭୁଙ୍କୁ ମଧ୍ୟ ନିତ୍ୟ ପଖାଳ ସମର୍ପଣ କରାଯାଏ। ମହାପ୍ରଭୁ ଜଗନ୍ନାଥଙ୍କ ସହ ପଖାଳ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ରହିଆସିଛି ।  ମହାପ୍ରଭୁଙ୍କ ପାଇଁ ମଲ୍ଲିଫୁଲିଆ ପଖାଳ, ଟଭା ପଖାଳ, ସୁବାସିତ ପଖାଳ, ଜିରା ପଖାଳ, ଚିପୁଡ଼ା ପଖାଳ ଓ ଘିଅ ପଖାଳ ପ୍ରସ୍ତୁତ ହୁଏ। ପଖାଳ ସଂସ୍କୃତିରୁ ଟଙ୍କ ତୋରାଣିର ସୃଷ୍ଟି। ମହାପ୍ରଭୁ ଯେତେ ଛପନ ଭୋଗ ଖାଇଲେ ମଧ୍ୟ କଦଳୀ ଭଜା ସହ ନିତ୍ୟ ପଖାଳ ସେବନ କରନ୍ତି। ସନ୍ଧ୍ୟା ଧୂପ ସମୟରେ ପଖାଳ ଓଳିରେ ପ୍ରତିଦିନ ମହାପ୍ରଭୁ ପଖାଳ ସେବନ କରନ୍ତି। ଏସବୁ କୁ ନେଇ ବିଭିନ୍ନ ହୋଟେଲରେ ଆଜି ପଖାଳ ଖାଇବାର ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଦେଶ ବିଦେଶରେ ଥିବା ଓଡ଼ିଆମାନେ ପଖାଳ ଖାଉଥିବାର ଫଟୋ, ଭିଡିଓ ଛାଡି ବା ବା କହୁଛନ୍ତି ।