ବିଶ୍ୱସ୍ତରରେ ପ୍ରଶଂସା ପାଉଛି ମୟୂରଭଞ୍ଜ ଜିଲ୍ଲା

ବିଶ୍ୱର ସମ୍ମାନ ଜନକ ଟାଇମ୍‌ ମାଗାଜିନରେ ମୟୂରଭଞ୍ଜ ଜିଲ୍ଲାକୁ ଢ଼େର ପ୍ରଶଂସା କରାଯାଇଛି। ‘ଟାଇମ’ ମାଗାଜିନରେ ପ୍ରକାଶିତ ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ-୨୦୨୩ ତାଲିକାରେ ମୟୂରଭଞ୍ଜ ଜିଲ୍ଲା ସ୍ଥାନ ପାଇଥିବାରୁ ଏବେ ତାହା ଉପରେ ସାରା ଦେଶରେ ଚର୍ଚା ହେଉଛି ।   ଟାଇମ୍‌ ମାଗାଜିନ ଅନୁସାରେ ମୟୂରଭଞ୍ଜ ହେଉଛି ବିଶ୍ୱର ଏକମାତ୍ର ସ୍ଥାନ, ଯେଉଁଠି ଆପଣ କଳା ବାଘ ଦେଖିପାରିବା ସହ ବିଭିନ୍ନ ମନୋରମ ସ୍ଥାନ ଭ୍ରମଣ କରି ପାରିବେ। ଏଥିସହ ପ୍ରାକୃତିକ ଶୋଭାରାଜିର ଆନନ୍ଦ ନେଇପାରିବେ ପର୍ଯ୍ୟଟକ । ଏଠାକାର ଜଳବାୟୁ ଏବଂ ରହିବା ପାଇଁ ଉପଯୁକ୍ତ ସ୍ଥାନ ଭାବେ ମାନ୍ୟତା ପାଇଛି । କେବଳ ଶିମିଳିପାଳ ନୁହେଁ ଜିଲ୍ଲାର ବେଲଗଡ଼ିଆ ରାଜପ୍ରସାଦ, ଏସିଆନ ହାତୀ, ଐତିହାସିକ ମନ୍ଦିର, ମୟୂରଭଞ୍ଜ ଛଉ ନୃତ୍ୟ, ହସ୍ତତନ୍ତ ଡକରା ଓ ସବାଇ ହସ୍ତଶିଳ୍ପ ଇଦ୍ୟାତି ବିଷୟରେ ମଧ୍ୟ ଏହି ପ୍ରମୁଖ ମାଗାଜିନରେ ଉଲ୍ଲେଖ ରହିଛି।