ଜଗବନ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବନ୍ଧା ହୋଇଥିବା ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଜଗବନ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ତେବେ ଏବେ ସେ ଜେଲ୍‌ରୁ ବାହାରିବା ନେଇ କୌଣସି ସୂଚନା ନାହିଁ। କାରଣ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାଁରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ଗୋଟିଏ ମାମଲାରେ ମିଳିଛି ଜାମିନ ।ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ନାମ୍ନୀ ଯୁବତୀ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ଶ୍ରଦ୍ଧାଞ୍ଜଳି କିନ୍ତୁ ନିଜକୁ ପୀଡ଼ିତା ଦର୍ଶାଇ ଖଣ୍ଡଗିରି ଥାନା ଦ୍ୱାରସ୍ଥ ହୋଇଥିଲେ। ଏପରିକି ସେ ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ନାଁରେ ଲିଖିତ ମାମଲା ରୁଜୁ କରିଥିଲେ। ଏହାବାଦ ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନାରେ ଏକ ମାମଲା ଓ ଇଡିରେ ଏକ ମାମଲା ଅଛି।