ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ୪ଦିନିଆ ଭାରତ ଗସ୍ତରେ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ୪ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଭାରତ ସହ ବାର୍ଷିକ ଶିଖର ସମ୍ମିଳନୀରେ ସେ ପ୍ରଥମ ଥର ସାମିଲ ହେବେ । ବୁଧବାର ଠାରୁ ସେ ଅହମ୍ମଦାବାଦରେ ପହଞ୍ଚିସାରିଥିବା ବେଳେ ପରେ ସେ ମୁମ୍ବାଇ ଏବଂ ଦିଲ୍ଲୀରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ବୈଦେଶିକ ମନ୍ତ୍ରାଳୟ ଅନୁସାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଭାରତର ଗସ୍ତରେ ଆସିବା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଶକ୍ତି ମିଳିବ ।
ଆନ୍ଥୋନୀ ଆଲବାନିଜଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଡାନ ଫେରଲ, ମେଡଲିନ କିଙ୍ଗ ମଧ୍ୟ ସାମିଲ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ତେଣୁ ଆଶା କରାଯାଉଛି ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଆହୁରି ମଜବୁତ ହେବ । ଏହାର ଫାଇଦା ଉଭୟ ଦେଶକୁ ମିଳିବ । ତେବେ ଏହା ପରେ ମଧ୍ୟ ପ୍ରଶ୍ନ ଆସୁଛି ଯେ ଏହି ଗସ୍ତ କେତେ ଗୁରୁତ୍ୱପୂର୍ଣ୍ଣ ।