ବାରିପଦା ଜଗନ୍ନାଥ ମନ୍ଦିର କାର୍ଯ୍ୟ ବୁଲି ଦେଖିଲେ 5T ସଚିବ ଭି କେ ପାଣ୍ଡିଆନ

ବାରିପଦାରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଆଜି ଶୁକ୍ରବାର ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସେହିଭଳି ବାରିପଦାରେ ପହଞ୍ଚି ଶ୍ରୀହରି ବଳଦେବଜିଉଙ୍କ ଦର୍ଶନ କରିବା ସହିତ ୫-ଟି ସଚିବ ପୂଜାର୍ଚ୍ଚନା କରିଛନ୍ତି ।ମହୁଲଡିହାସ୍ଥିତ ବଡବନ୍ଧ ଠାରେ ଏକ ସଭାରେ ଯୋଗଦେଇ ବନ୍ଧର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଦାରଖ୍ କରିଥିଲେ । ଶେଷରେ ମହୁଲଡିହାସ୍ଥିତ ଡାକବଙ୍ଗଳାଠାରେ ପହଞ୍ଚି ସେଠାରେ ବିଭିନ୍ନ ଦଳ, ବର୍ଗ, ସମ୍ପ୍ରଦାୟର ଲୋକଙ୍କ ସହିତ ଆଲୋଚନା କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ରାଇରଙ୍ଗପୁର ଅଞ୍ଚଳର ବିଭିନ୍ନଉନ୍ନୟମ ମୂଳକ କାର୍ଯ୍ୟ କରାଯିବା ପରେ ଅନ୍ୟ ଅଞ୍ଚଳର କରାଯିବ ବୋଲି ପ୍ରକାଶ କରିଛନ୍ତି ।