ଚାନ୍ଦୀପୁର ଡିଆରଡିଓର ତଥ୍ୟ ଦେବା ମାମଲା

ଅଭିଯୁକ୍ତର ନା ବାବୁରାମ ଦେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସମ୍ପତିଆ ପଞ୍ଚାୟତ ବାଗପୁଞ୍ଜି ଗାଁରେ ଘର ରହିଛି । ଦେଶ ବିରୋଧୀ କାର୍ଯ୍ୟକଳାପରେ ବାବୁରାମର ଗିରଫଦାରୀ ଖବର ପରେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଅତି ଗରିବ ପରିବାରରେ ଜନ୍ମିତ ହୋଇଥିବା ଏହି ବ୍ୟକ୍ତି ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିଲେ । ତେଣୁ ଏବେ ତାଙ୍କ ନାଁରେ ଏପରି ଅଭିଯୋଗ ଆସିବା ପରେ କିଭଳି ଏତେ ବଡ ଅପରାଧ କଲା ତାକୁ ନେଇ ଏବେ ଚର୍ଚ୍ଚା ।
ସେହିପରି କେହି କେହି ବାବୁରାମ ବିରୋଧରେ ଏହା ଷଡଯନ୍ତ୍ର ବୋଲି କହୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ଗାଁକୁ ଯାଇଥିଲା ବାବୁରାମ । ଏକ ଶିବ ମନ୍ଦିର ଉଦଘାଟନରେ ସାମିଲ ହୋଇଥିଲା । ଗାଁରେ ୪ ଦିନ ରହିବା ସହିତ ୨୦ ହଜାର ଟଙ୍କା ଦାନ କରିଥିଲା । ଆଇଟିଆର କଲୋନୀରେ ରହୁଥିବା ବାବୁରାମ ବାଲେଶ୍ୱରରେ ମଧ୍ୟ ଜାଗା କିଣି ଘର ତିଆରି କରିଥିବା ଜଣାପଡିଛି । ପତ୍ନୀ ଓ ପୁଅ, ଝିଅକୁ ମିଶାଇ ପରିବାରର ୪ ଜଣ ସଦସ୍ୟ ରହିଛନ୍ତି । ବାବୁରାମଙ୍କ ଦୁଇ ବଡ ଭାଇ ଗାଁରେ ରୁହନ୍ତି ।