ନିଜର ସରଳ ଜୀବନ ଶୈଳୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ

ଦିଲ୍ଲୀରେ ମାଟି ଘର ତିଆରି କରି ପୁଣି ଥରେ ନିଜର ସରଳ ଜୀବନ ଶୈଳୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ନିଜ ସରକାରୀ କ୍ୱାଟରରେ ମାଟି ଘର କରୁଛନ୍ତି । ସେ କହିଛନ୍ତି, ମାଟିରେ ଜୀବନର ସ୍ପନ୍ଦନ ରହିଛି । କୋଠା ଘର ଅପେକ୍ଷା ମାଟି ଘର ଜୀବନ୍ତ ଲାଗେ । କ୍ୱାର୍ଟରରେ ତାଙ୍କର ଅତିଥି ରହିବାକୁ ଜାଗା ନଥିଲା । ତେଣୁ ସେ ଘର କରିବାକୁ ଚାହୁଁଥିଲେ ।ବିଭାଗୀୟ ଅଧିକାରୀଙ୍କୁ କହି ଘର କରିବା ସମୟ ସାପେକ୍ଷ ହୋଇଥିବାରୁ ମାଟିରେ ଘର କରିବାକୁ ମନସ୍ଥ କରିଥିଲେ । ପ୍ରତାପ ଷଡ଼ଙ୍ଗୀଙ୍କ ମାଟି ଘର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । କେବଳ କବାଟ, ଝରକା ଲଗାଇବା ବାକି ଅଛି । ମାଟି ଘର ସପକ୍ଷରେ ଯୁକ୍ତି ବାଢ଼ି ସେ କହିଛନ୍ତି, ସେ ଗାଁରେ ମାଟି ଘରେ ରୁହନ୍ତି । କୋଠା ଘରେ ବିନା ଏସିରେ ରହିବା କଷ୍ଟ, କିନ୍ତୁ ମାଟି ଘରେ ଏସିର ଆବଶ୍ୟକ ନାହିଁ । ଏହା ଅଳ୍ପ ଖର୍ଚ୍ଚରେ ହୋଇପାରିବ । ମାଟି ଘର ଭାଙ୍ଗିଗଲେ, ସେହି ମାଟିରେ ଆଉ ଥରେ ଘର ତିଆରି କରିହେବ ।