ବିଜେଡିରୁ ରାଜ୍ୟସଭା ଯିବାକୁ ଚାହୁଁଥିଲେ ବିଜୟ: ବିଜେଡି

କଂଗ୍ରେସ ଦଳରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସକ ବିଜୟ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି ବିଜେଡି ।  ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି  ଶ୍ରୀ ପଟ୍ଟନାୟକ କଂଗ୍ରେସ ନୁହେଁ, ବିଜେପିର ମୁଖପାତ୍ର ଭଳି କଥା ହେଉଛନ୍ତି। ସରକାରୀ ଚାକିରିରୁ ଅବସର ନେବା ପରେ ସେ ରାଜନୀତିରେ ଯୋଗଦେଇ କ୍ଷମତାରେ ରହିବା ପାଇଁ ବ୍ୟାକୁଳ ଥିଲେ। ଏଥିପାଇଁ ସେ ବିଜୁ ଜନତା ଦଳରେ ଯୋଗଦେଇ ରାଜ୍ୟସଭା ଯିବାକୁ ଚାହୁଁଥିଲେ। ମାତ୍ର ତାହା ସମ୍ଭବ ନ ହେବାରୁ ଶେଷରେ ବୁଲିବୁଲି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଭବିଷ୍ୟତରେ ବି ସେ କଂଗ୍ରେସ ଦଳରେ ରହି ବିଜେପିର ମୁଖପାତ୍ର ଭଳି କାମ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ତେବେ କଂଗ୍ରେସରେ ଯୋଗଦେଇଥିବା ଶ୍ରୀ ପଟ୍ଟନାୟକ ବିଜେଡିର ଅସଲ ମୁଖା ଖୋଲୁଥିବାରୁ  ତାଙ୍କୁ ଏବେ ବିଜେଡି ଟାର୍ଗେଟ କରୁଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।