ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି

ଭାରତୀୟ ବ୍ୟାଟର୍‌ ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ମନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ୩ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ମୁମ୍ବାଇରେ ହୋଇଥିବା ଏହି ନିଲାମରେ ମନ୍ଧାନାଙ୍କୁ କିଣିବା ପାଇଁ ଆର୍‌ସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଲଢ଼େଇ ହୋଇଥିଲା।

ଶେଷରେ ଆର୍‌ସିବି ମନ୍ଧାନାଙ୍କୁ ସବୁଠୁ ଅଧିକ ଦରରେ କିଣିବାରେ ସଫଳ ହୋଇଥିଲା। ଭାରତୀୟ ଦଳର ଅଧିନାୟିକା ହର୍ମନପ୍ରୀତ୍‌ କୌରଙ୍କୁ ମୁମ୍ବାଇ ଅପେକ୍ଷାକୃତ ଶସ୍ତାରେ କିଣିପାରିଛି। ଏପରିକି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ହର୍ମନପ୍ରୀତ୍‌ ଦାମୀ ଖେଳାଳି ହୋଇପାରିନାହାନ୍ତି। ଏହି ଫ୍ରାଞ୍ଚାଇଜ୍‌ ଇଂଲଣ୍ଡର ନାତାଲି ସ୍କିଭରଙ୍କୁ ୩.୨ କୋଟି ଟଙ୍କାରେ କିଣିଛି। କେବଳ ଏତିକି ନୁହେଁ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଅଧିକ ଦରରେ କିଣା ହୋଇଥିବା ଶୀର୍ଷ ୫ ଖେଳାଳିଙ୍କ ଭିତରେ ବି ହର୍ମନପ୍ରୀତ୍‌ ସ୍ଥାନ ପାଇନାହାନ୍ତି।