ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ଭୁବନେଶ୍ୱର ସମେତ ୨୨ଟି ସହର ଆସନ୍ତା ମାର୍ଚ୍ଚ ମାସରେ ପ୍ରସ୍ତୁତ ହୋଇଯିବ

ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ଭୁବନେଶ୍ୱର ସମେତ ୨୨ଟି ସହର ଆସନ୍ତା ମାର୍ଚ୍ଚ ମାସରେ ପ୍ରସ୍ତୁତ ହୋଇଯିବ। ସ୍ମାର୍ଟ ସିଟି ମିଶନ ଅଧୀନରେ ଏହି ସବୁ ସହରରେ ଚାଲୁଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଯିବ। ସ୍ମାର୍ଟ ସିଟି ଅଧିନରେ ନାଗରିକମାନଙ୍କୁ ଉନ୍ନତ ମାନର ଜୀବନ ଏବଂ ଏକ ସ୍ୱଚ୍ଛ ନିରନ୍ତର ପରିବେଶ ପ୍ରଦାନ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ସେହିପରି ଏହି ମିଶନ ଅଧିନରେ ମନୋନୀତ ଅବଶିଷ୍ଟ ୭୮ ଟି ସହରରେ ଆଗାମୀ ତିନି-ଚାରି ମାସ ମଧ୍ୟରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହେବ।
କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଜୁନ୍‌ ୨୫ରେ ସ୍ମାର୍ଟ ସିଟି ମିଶନ୍ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସେହିପରି ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ୪ ରାଉଣ୍ଡ ପ୍ରତିଯୋଗିତା ମାଧ୍ୟମରେ ୧୦୦ଟି ସହରକୁ ପୁନଃ ବିକାଶ ପାଇଁ ଚୟନ କରାଯାଇଥିଲା।  ସୁସ୍ଥ ଜୀନବଶୈଳୀ, ନାଗରିକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଓ ଏକ ସ୍ୱଚ୍ଛ ପରିବେଶ ଯୋଗେଇ ଦେବାକୁ ମନ୍ତ୍ରଣାଳୟର ଲକ୍ଷ୍ୟ।