ଆଜି ଓଡ଼ିଶା ଫେରିବ ଗୋପାଳ

ସରିଲା ଗୋପାଳର ନାର୍କୋ ଟେଷ୍ଟ । ଆଜି ଓଡ଼ିଶା ଫେରିବ ଗୋପାଳ । ୧୩ ତାରିଖରେ ତାଙ୍କୁ ଝାରସୁଗୁଡା କୋର୍ଟରେ ହଜାର କରାଯିବ । ଗୁଜରାଟ ଗାନ୍ଧୀନଗର ଡିଏଫ୍ଏସରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ ହୋଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।ଏହି ସମୟରେ ହତ୍ୟାକାଣ୍ଡ ସମ୍ପର୍କିତ ପ୍ରଶ୍ନ ଗୋପାଳକୁ ପଚରା ଯାଇଥିଲା ଆଉ ଗୋପାଳ ବି ପ୍ରଶ୍ନର ଉତର ଦେଇଥିବା ସୂଚନା ମିଳିଛି । ପଚରାଉଚରା ବେଳେ ବିବାଦୀୟ ପରିସ୍ଥତି ପାଇଁ ମନ୍ତ୍ରୀଙ୍କୁ ଗୋପାଳ ହତ୍ୟା କରିଥିବା ସୂଚନା ମଳିଛି । ତେବେ ମନ୍ତ୍ରୀଙ୍କ ପାଇଁ ଥିବା ରାଗ ନକମାଇବା ପାଇଁ ଗୋପାଳ ଦୁଇ ମାସ ହେବ ଔଷଧ ଖାଇନଥିବା ସୂଚନା ମିଳିଛି ।