ସୁଆଣ୍ଡୋରେ ଉନ୍ନୟନ କାମ ବୁଲି ଦେଖିଲେ ଫାଇଭ ଟି ସଚିବ

ନୂଆ ରୂପ ପାଉଛି ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ । ପୁରୀ ଜିଲ୍ଲା ସୁଆଣ୍ଡୋରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଜନ୍ମପୀଠକୁ ପୁନଃବିକଶିତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର ପୁନଃବିକାଶ କାର୍ଯ୍ୟର ତଦାରଖ କରିଛନ୍ତି ।
ଉତ୍କଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାମ ସହ ଗାଁ ପୋଖରୀର ପୁନରୁଦ୍ଧାର, ସଂଗ୍ରହାଳୟ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତିକୁ ନେଇ ଫାଇଭ ଟି ସଚିବ ସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ସୁଆଣ୍ଡୋବାସୀଙ୍କ ଅନୁରୋଧରେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ କରିଛନ୍ତି ରାଜ୍ୟସରକାର । ଶୁକ୍ରବାର ଲୋକେଶ୍ୱର ମନ୍ଦିରର ପ୍ରତିଷ୍ଠାରେ ମଧ୍ୟ ଫାଇଭ-ଟି ସଚିବ ସାମିଲ ହୋଇଥିଲେ । ଆସନ୍ତା ୨୩ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ ।