ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ବଡ ବଡ ଫାଟ

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ବଡ ବଡ ଫାଟ । ପଥର ସନ୍ଧିରେ ଫାଟ ଏତେ ବଡ ହୋଇଛି ଯେ, ସେଥିରେ ସରୀସୃପ ବାସ କରୁଥିବା ଆଶଙ୍କା କରାଯାଉଛି । କେବଳ ଫାଟ ନୁହେଁ ଯେଉଁ ପ୍ରାଚୀନ ମୂର୍ତ୍ତି ଲାଗିଛି, ତାହା ବି ଭାଙ୍ଗି ଝଡି ପଡିଲାଣି । ହେଲେ ଏଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ କି ଭାରତୀୟ ପ୍ରତ୍ନତତ୍ୱ ବିଭାଗର ନଜର ନାହିଁ । ତେଣୁ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ଏହା ଶ୍ରୀମନ୍ଦିର ରକ୍ଷଣା ବେକ୍ଷଣାରେ ଅବହେଳା କରାଯାଇଥିବା ସ୍ପଷ୍ଟ ହୋଇଯାଇଛି ।୧୯୭୫ ମସିହାରେ ଏଏସଆଇ ବହୁ ପ୍ରାଚୀ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣା ତୁଲାଇ ଆସୁଛି । ପୂର୍ବରୁ ଶ୍ରୀମନ୍ଦିର ଉପରେ ଲାଗିଥିବା ଚୂନର ମୋଟା ଆସ୍ତରଣକୁ ବିପଦ ବୋଲି ଏଏସଆଇ ଦର୍ଶାଇବା ପରେ ମାମଲା କୋର୍ଟକୁ ଯାଇଥିଲା । ଏହା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୩୦ ବର୍ଷ ତଳୁ ଶ୍ରୀମନ୍ଦିରର ଚୁନ ଛଡାଇ ସ୍ୱତନ୍ତ୍ର କେମିକାଲ ଲଗାଯାଇଛି । ହେଲେ ଶ୍ରୀମନ୍ଦିର ଉପରୁ ବିପଦ ଟଳୁ ନାହିଁ । ମଝିରେ ମଝିରେ ବଡ ବଡ ପଥର ଖସି ଶ୍ରୀମନ୍ଦିର ଅସୁରକ୍ଷିତ ବୋଲି ଦର୍ଶାଇ ଦେଉଛି ।