ରାଷ୍ଟ୍ରପତିଙ୍କ ଉଦବେଗ: ଜାମିନ ମିଳିବାରେ ବିଳମ୍ଭ

ଜାମିନ୍ ସତ୍ୱେ ମୁକୁଳିପାରୁନଥିବା କଏଦୀଙ୍କ ପାଇଁ ଅନେକ ସମୟରେ ଅପ୍ରିତିକର ସ୍ଥିତି ସୃଷ୍ଟି ହେଉଛି । ଏନେଇ ସୁପ୍ରମିକୋର୍ଟଙ୍କ ୭ ସୁତ୍ରୀ ନିର୍ଦ୍ଦେଶ । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କୋର୍ଟ ଯେତେବେଳେ ଜଣେ ବିଚାରାଧୀନ କଏଦୀ କିମ୍ବା ଦୋଷୀଙ୍କୁ ଜାମିନ୍ ପ୍ରଦାନ କରିବେ ସେହି ଦିନ କିମ୍ବାର ତା ପରଦିନ କଏଦୀଙ୍କ ଇ-ମେଲକୁ ଜାମିନ୍ ଆଦେଶର ସଫ୍ଟ କପି ପଠାଯିବ । ଏଥିରେ ଜେଲ ଅଧିକ୍ଷଣ ଜାମିନ୍ ପ୍ରଦାନର ତାରିଖ ଉଲ୍ଲେଖ କରିବେ । ବେଲ୍ ମିଳିବାର ସପ୍ତାହେ ମଧ୍ୟରେ ଖଲାସ କରାନଗଲେ ଡି.ଏଲ୍.ଏସ୍.ଏ ସଚିବଙ୍କୁ ସୂଚନା ଦେବେ ଜେଲ ଅଧୀକ୍ଷକ ।କଏଦୀଙ୍କ ସହ କଥା ହେବା ପାଇଁ ସେ ପାରା ଲିଗାଲ ସ୍ୱେଚ୍ଛାସେବୀ କିମ୍ବା ଜେଲ ଭିଜିଟିଂ ଆଡଭୋକେଟଙ୍କୁ ନିଯୁକ୍ତ କରିପାରିବେ ।