ଆଜିଠୁ ରାଜ୍ୟରେ ଶୀତ ଅନୁଭୂତ ହେବ

ଭୁବନେଶ୍ବର: ଆଜିଠୁ  ରାଜ୍ୟରେ ଶୀତ ଅନୁଭୂତ ହେବ। ପାରଦ ପାଖାପାଖି ୨ରୁ ୪ଡିଗ୍ରି ଯାଏ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ରାତିରେ ସେମିଳିଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୧୩.୫ଡିଗ୍ରି ଓ କିରେଇରେ ୧୩.୨ଡିଗ୍ରି ରହିଥିଲା। ସେହିଭଳି ଦ୍ବୈତନଗରୀରେ ସର୍ବନିମ୍ନ ୧୯ ଡିଗ୍ରି ରେକର୍ଡ ହୋଇଥିଲା। ଆସନ୍ତାକାଲିଠାରୁ ତାପମାତ୍ରାରେ ପରିବର୍ତ୍ତନ ଘଟିବ। ଅନ୍ୟପଟେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳରେ ଆଜି ସକାଳୁ ପାଗ ମେଘୁଆ ରହିଥିଲା। ମଧ୍ୟାହ୍ନ‌ରେ ଆକାଶ ନିର୍ମଳ ହେବା ସହ ଖରା ମଧ୍ୟ ତୀବ୍ର ହୋଇଥିଲା। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୩୫.୫ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା‌କାଲି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଦିନରେ ପାଗ ଆଂଶିକ ମେଘୁଆ ରହିବ। ସଂଧ୍ୟା ସୁଦ୍ଧା ଆକାଶ ମେଘାଚ୍ଛନ୍ନ ହୋଇଯାଇପାରେ। ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୯ଡିଗ୍ରି ମଧ୍ୟରେ ରହିବ।