OdishaPublic ଝାରୁସୁଗୁଡାର ଗାନ୍ଧୀ ଛକରେ କ୍ରାଇମବ୍ରାଂଚ ଟିମ Last updated Jan 31, 2023 ଝାରୁସୁଗୁଡାର ଗାନ୍ଧୀ ଛକରେ କ୍ରାଇମବ୍ରାଂଚ ଟିମ । ତଦନ୍ତ ଚାଳିଛି । ସେପଟେ ବିଜେପି କହିଛି ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ । ଘଟଣାରେ ବଡ଼ ରହସ୍ୟ ଥିବା କହିଛି ବିଜେପି । ଜେଲ ଗଲେ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଗୋପାଳ ଦାସଙ୍କୁ ଝାରୁସୁଗୁଡାର ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଗୋପାଳକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରାଯାଇଛି ।ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ କ୍ୟାମ୍ପ କରି ତଦନ୍ତକୁ ଆଗକୁ ବଢ଼ାଉଛନ୍ତି । Share