ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ବ୍ରଜରାଜନଗରରେ ଗୁଳିମାଡ । ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ଭୁବନେଶ୍ବର ଅଣାଯାଉଛି । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ପୋଲିସ କର୍ମୀ, ଏଏସଆଇ ଗୁଳି କରିଛନ୍ତି । ୫ ରାଉଣ୍ଡ ଗୁଳି ଚଳାଇବା ପରେ ମନ୍ତ୍ରୀଙ୍କ ଛାତିରେ ଗୋଡିଏ ଗୁଳି ବାଜିଥିଲା । ପୋଲିସ କର୍ମୀ ଗୋପାଳ ଦାସ ଏହି ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି। ତେବେ ମନ୍ତ୍ରୀଙ୍କ ଛାତିରେ ଏହି ଗୁଳିବାଜିଥିବାରୁ ତାଙ୍କୁ ଏୟାରଲିଫ୍ଟିଂ କରାଯାଇ ଭୁବନେଶ୍ବର ଅଣାଯାଉଛି । ନବ କିଶୋର ଦାସ ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
Trending
- ୪ଦିନ ପରେ ଗଡ଼ିଲା ଘରୋଇ ବସ୍
- ଅପରେସନ୍ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ
- ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ
- ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଂଚାଅ ଆନ୍ଦୋଳନ: ବିଜେପି
- ବିଜେପିକୁ ଟାର୍ଗେଟ କଲେ ରାହୁଲ
- ଜେଲରୁ ମୁକୁଳିଲେ ଜଗା ପ୍ରଧାନ
- ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- ଭାରତ ଏକ ଧର୍ମଶାଳା ନୁହେଁ
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା