ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏଥିପାଇଁ  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ସ୍ୱନକ୍ଷତ୍ର ଉତ୍ସବ ଧୂମଧାମରେ ପାଳନ କରାଯାଉଛି । ଶ୍ରଦ୍ଧାଳୁମାନେ ମାଙ୍କର ଦର୍ଶନ ପାଇଁ କ୍ଷେତ୍ରରେ ପହଁଚିଛନ୍ତି । ପରମ୍ପରା ଅନୁଯାୟୀ ପାଳନ ହେଉଛି ମାଆଙ୍କ ଜନ୍ମୋତ୍ସବ । ବ୍ରାହ୍ମ ମୁହୂର୍ତ୍ତରେ ମାଆଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏ । ଆଜି ମାଆ ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ପରେ ସିଂହାସନ ଉପରେ ଷୋଡ଼ଷ ଉପଚାର ପୂଜାବିଧି କରାଯାଉଛି । ଗତ ଦୁଇବର୍ଷ ହେଲା କରୋନା କଟକଣା ପାଇଁ ମାଆଙ୍କ ଜନ୍ମୋତ୍ସବରେ ଦର୍ଶନରୁ ବଞ୍ଚିତ ହେଉଥିଲେ ଭକ୍ତମାନେ । ଏବର୍ଷ ପ୍ରବଳ ଭକ୍ତ ମାଙ୍କର ଦର୍ଶନ ପାଇଁ ରୁଣ୍ଡ ହୋଇଛନ୍ତି । ଚଳିତବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରି ସନ୍ତୋଷବ୍ୟକ୍ତି କରିଛନ୍ତି । ଦର୍ଶନ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ଫୁଲ ଓ ଆଲୋକମାଳାରେ ସଜ୍ଜିତ କରାଯାଇଛି ।