ଆଇଭିଏଫ୍‌ ପାଇଁ ନିୟମ କୋହଳ, ୧୨ ସଂସ୍ଥାକୁ ଅନୁମୋଦନ

ଭୁବନେଶ୍ବର : ଦିନକୁ ଦିନ ସହଜ ହେଉଛି ସରୋଗାସି ମାଧ୍ୟମରେ ସନ୍ତାନ ଲାଭ କରିବା ।  ନିଃସନ୍ତାନମାନଙ୍କୁ ସରୋଗାସି ପାଇଁ ଓଡ଼ିଶାର ଲୋକଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ ।  କୋଲକାତା କିମ୍ବା ଛତିଶଗଡ଼ ଭଳି ସହର ଉପରେ ନିର୍ଭର କରିବାକୁ ପଡିବ ନାହିଁ ।  ରାଜ୍ୟରେ ଖୁବ୍ ଶୀଘ୍ର ସରୋଗାସି(ଭଡ଼ାରେ ଗର୍ଭଧାରଣ) ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୩ଟି ସଂସ୍ଥା ଆବେଦନ କରିଛନ୍ତି। ଗତବର୍ଷ ଜୁନ୍‌ ମାସରେ ରାଜ୍ୟ ସରକାର ଷ୍ଟେଟ୍‌ ଆସିଷ୍ଟେଡ୍‌ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି ଏଣ୍ଡ ସରୋଗାସି ବୋର୍ଡ ଗଠନ କରିଥିଲେ। ଏହାପରେ ରାଜ୍ୟରେ ଉଭୟ ସରୋଗାସି ଓ ଆଇଭିଏଫ୍‌ ଖୋଲିବା ନେଇ ଆବେଦନପତ୍ର ସଂଖ୍ୟା ବଢ଼ିବାରେ ଲାଗିଛି।