କେନ୍ଦ୍ର କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ। ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱୂପର୍ଣ୍ଣ ବୋଲି କୁହାଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଜେପି ନାଡ୍ଡାଙ୍କ କାର୍ଯ୍ୟକାଳ ବଢ଼ାଇ ଦିଆଯାଇଛି । ବିଜେପିର ରାଷ୍ଟ୍ରୀୟ ସଭାପତି ଭାବରେ ଜୁନ୍ ୨୦୨୪ ପର‌୍ୟ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।