ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା କହିଲେ ରାଜ୍ୟରେ ଏପରି ସରକାର ରହିବା ଉଚିତ ନୁହେଁ

ଭୁବନେଶ୍ବର : ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ଜେପି ନଡ୍ଡା । ରାଜ୍ୟରେ ଆଇନକାନୁନଠୁ ଆରମ୍ଭ କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ କଥା କହିଛନ୍ତି ନଡ୍ଡା । ଏହା ସହ  ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ  ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରକୁ ସମାଲୋଚନା କରିବା ସହ ଏପରି ସରକାର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଏହା ସହ ସେ ପ୍ରଶ୍ନ କରିଛନ୍ତି ଓଡ଼ିଶାର ସରକାରରେ କିଏ ନିଷ୍ପତ୍ତି ନେଉଛନ୍ତି ଓ  ଓଡ଼ିଶାରେ କିଏ ସରକାର ଚଳାଉଛନ୍ତି ତାହା ଜଣାପଡ଼ୁନାହିଁ  । ରାଜ୍ୟରେ ସରକାର ଯେମିତି ଚାଲିଛି ଦେଖିଲେ ଲାଗୁଛି ନବୀନ ସରକାର ଶୋଇ ରହିଛି ।  ପ୍ରଭୁ ଜଗନ୍ନାଥର ରତ୍ନଭଣ୍ଡାର ସୁରକ୍ଷା କାହିଁକି କରାଯାଉନାହିଁ ଓ ଏହାର ଚାବି କୁଆଡେ ହଜିଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।  ୪ ବର୍ଷରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଖୋଲିବା କହିଥିଲେ, ତାହା କୁଆଡ଼େ ଗଲା ? ନୟାଗଡ଼ର ଚିନକଳ ଖୋଲିବା କଥା କହିଥିଲେ ତାହା କାହିଁକି ହୋଇନାହିଁ ।  ମହିଳା ବିରୋଧୀ ଅପରାଧରେ ଓଡ଼ିଶାରେ ଦ୍ବିଗୁଣ ହୋଇଗଲାଣି । ଓଡ଼ିଶାରେ ମାନବ ଚାଲାଣ ବଢିଚାଲିଛି । ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ହେଉଛି ।  ତେଣୁ ଏପରି ସରକାର ରହିବାର ନୈତିକତା ହରାଇ ବସିଛି ବୋଲି କହିଛନ୍ତି ଜେପି ନଡ୍ଡା ।