ଆଜିଠୁ ଭାରତ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ
ମେଟ୍ରୋ ଟିଭି ଓଡିଶା,୧୯/୧: ଆଜିଠୁ ଆରମ୍ଭ ହେବ ଭାରତ ଦକ୍ଷିଣ ଆଫ୍ରିକା ଦିନିକିଅଅ ସିରିଜ । ଟେଷ୍ଟରେ କୋହଲିଙ୍କ ଅଧିନାୟକ ପଦରୁ ଇସ୍ତଫା ଓ ସିରିଜ ହାରିବା ପରେ ଟିମ ଇଣ୍ଡଆ ଏବେ ୱାନେଡ ପ୍ରତି ନଜର ରଖିଛି । ଅଧିନାୟକ ପଦ ଛାଡିବା ସହ ବିସିସିଆଇ ସହ ମତ୍ତ ଭେଦକୁ ଦୃଷ୍ଟରେ ରଖି ସେ ମ୍ୟାଚ ଖେଳିବେ । ଆହତ ରୋହିର ଶର୍ମାଙ୍କ ଅନୁପସ୍ଥିତିରେ ଟେଷ୍ଟ ମ୍ୟାଚର ଅଧିନାୟକ ପଦରେ କେ.ଏଲ.ରାହୁଲ ପଦ ସମ୍ଭାଳିଛନ୍ତି । ରାହୁଲ ସିରିଜ ସମୟରେ ପରାମର୍ଶ ପାଇ କୋହଲିଙ୍କ ନିକଟକୁ ଯିବେ ବୋଲି ଆଶା ରାଖାଯାଇଛି । କେ .ଏଲ ରାହୁଲଙ୍କ ନେତୃତ୍ୱରେ ଦଳ ୩ଟି ଦିନିକିଆ ସିରିଜ ଖେଳିବ ।
ବିରାଟ କୋହଲିଙ୍କ ପାଇଁ ସିରିଜ ଗୁରୁତ୍ୱପୂର୍ଣ୍ଣ । ଓ୍ଵାନଡେ ଅଧିନାୟକ ପଦରୁ ହଟିବା ପରେ ବିରାଟଙ୍କ ଏହା ପ୍ରଥମ ସିରିଜ । ୨୦୧୭ ପରେ ପ୍ରଥମ ଥର ପାଇଁ ବିରାଟ ଅନ୍ୟ ଜଣେ ଦିନିକିଆ କ୍ୟାପଟେନଙ୍କ ଅଧିନରେ ମ୍ୟାଚ ଖେଳୁଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ପରେ କେ .ଏଲ ରାହୁଲ ଦ୍ୱିତୀୟ କ୍ୟାପଟେନ ଯାହାଙ୍କ ଅଧିନାୟିକତ୍ୱରେ କୋହଲି ମ୍ୟାଚ ଖେଳିବେ । ଉପ ଅଧିନାୟକ ଜସପ୍ରିତ ବୁମ୍ରା କହିଛନ୍ତି ନୂଆ ନେତୃତ୍ୱରେ ଭାତର ସିରିଜ ଜିତିବାକୁ ଚେଷ୍ଟ କରିବ । ଆଜି ପ୍ରଥମ ଦିନିକିଆ ଥିବା ବେଳେ ଆସନ୍ତା ୨୧ରେ ଦ୍ୱିତୀୟ ଓ ୨୩ରେ ତୃତୀୟ ଓ୍ଵାନଡେ ଖେଳାଯିବ ।