ରାଜ୍ୟର ଇଣ୍ଡୋର ଷ୍ଟାଡିୟମ୍ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି
ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ରାଜ୍ୟରେ ନିର୍ମାଣାଧୀନ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର କାମ ଖବୁଶୀଘ ସରିବାକୁ ଯାଉଛି । ହକି ବିଶ୍ବକପ ପୂର୍ବରୁ ଏ ସମସ୍ତ ଇଣ୍ଡୋର ଷ୍ଟାଡିୟମ ଲୋକାର୍ପଣ କରିବେ ମୁଖ୍ରମନ୍ତ୍ରୀ । ଏନେଇ ସୂଚନା ଦଇଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଲିମ୍ପିଆନ୍ ସୃଷ୍ଟି କରିବା ଲକ୍ଷ୍ୟରେ ୨୦୨୧ ଅଗଷ୍ଟ ମାସରେ ରାଜ୍ୟ ସରକାର ସବୁ ସହରାଞ୍ଚଳରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ କରିବାକୁ ନିଷ୍ପତ୍ତି ନେଇଥିଲେ । ୧୮ ମାସରେ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥବା ବେଳେ, ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଛି କାମ । ଏଥିପାଇଁ ପାଖାପାଖି ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।