ସୂର୍ଯ୍ୟମନ୍ଦିରରେ ପହଁଚିଲେ ଫାଇଭ୍ ଟି ସଚିବ
ପୁରୀ: ସୂର୍ଯ୍ୟମନ୍ଦିରରେ ସୈାନ୍ଦର୍ଯ୍ୟକରଣକୁ ନେଇ ପ୍ରଶ୍ନ ଉଠିବା ପରେ ୫ଟି ସଚିବ ଭି କେ ପାଣ୍ଡିଆନ୍ କୋଣାର୍କ ଯାଇ ତାହାର ସମୀକ୍ଷା କରିଛନ୍ତି । ଆଲୋକୀକରଣକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଭି କେ ପାଣ୍ଡିଆନ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଥିବା ଜଣାପଡିଛି । ଚନ୍ଦ୍ରଭାଗା ବେଳାଭୂମିର ବିକାଶ, କୋଣାର୍କ-ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂ ରୋଡ କାମ ଅନୁଧ୍ୟାନ କରିଥିଲେ। କାମର ଅଗ୍ରଗତି ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ। ୫ଟି ସଚିବଙ୍କ ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ଏସପି ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।